ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ୪ଟି ହିମାଳୟ ଶୃଙ୍ଗ ନାମିତ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ୪ଟି ହିମାଳୟ ଶୃଙ୍ଗ ନାମିତ

ଉତ୍ତରକାଶୀ (ଉତ୍ତରାଖଣ୍ଡ): ଗଙ୍ଗୋତ୍ରୀ ଭାସମାନ ବରଫସ୍ତପ ନିକଟରେ ଥିବା ହିମାଳୟର ଚାରିଟି ଶୃଙ୍ଗକୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ନାମିତ କରାଯାଇଛି।

ଗଙ୍ଗୋତ୍ରୀ ଭାସମାନ ବରଫସ୍ତୂପର ଡାହଣ ପାର୍ଶ୍ୱର ୬, ୫୫୭ ମିଟର, ୬, ୫୬୬ ମିଟର୍‌, ୬, ୧୬୦ ମିଟର ଏବଂ ୬, ୧୦୦ ମିଟର ଉଚ୍ଚରେ ଏହି ଶୃଙ୍ଗ ସବୁ ଅବସ୍ଥିତ ବୋଲି କର୍ଣ୍ଣେଲ୍‌ ଅମିତ ବିସ୍ତ ଶନିବାର ଦିନ କହିଛନ୍ତି। ନେହେରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନିୟରିଙ୍ଗ୍‌ର ଅଧ୍ୟକ୍ଷ ଏବଂ ପର୍ବତାରୋଣ ଦଳର ନେତା ଶ୍ରୀ ବିସ୍ତ ନବ ନାମିତ ଶୃଙ୍ଗଗୁଡ଼ିକ ଆରୋହଣ କରିଥିଲେ।

ଆରୋହଣ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଦଳ ପ୍ରତ୍ୟେକ ଶୃଙ୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରକ୍ତବନ ଉପତ୍ୟକାର ସୁଦର୍ଶନ ଏବଂ ସୈଫି ଶୃଙ୍ଗ ନିକଟରେ ଠାବ କରାଯାଇଥିବା ଏହି ଶୃଙ୍ଗ ସବୁ ଅଟଳ ୧, ୨, ୩ ଓ ୪ ବୋଲି ନାମିତ କରାଯାଇଥିବା କଥା ବିସ୍ତ କହିଛନ୍ତି।

ଅକ୍ଟୋବର ୪ ତାରିଖ ଦିନ ଡେରାଡୁନ୍‌ ଠାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ଏହି ଅଭିଯାତ୍ରୀ ଦଳକୁ ପତାକା ହଲାଇ ଛାଡ଼ିଥିଲେ। ମାଉଣ୍ଟେନିୟରିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଟୁରିଜମ୍‌ ଡିପାର୍ଟମେଣ୍ଟ୍‌ ଏହି ଅଭିଯାନକୁ ମଳିତ ଭାବେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe